ଜି ଉଦୟଗିରି: ଜି ଉଦୟଗିରି ରେ ବନ୍ଧଛକ କାଳୀପୂଜା ମଣ୍ଡପ ତରଫରୁ ମା ଶ୍ୟାମା କାଳୀ ପୂଜା ଅନୁଷ୍ଠିତ ହୋଇଛି,108 ଆଳତୀ ମା ଙ୍କୁ ସମର୍ପଣ କରାଯାଇଅଛି
ଜି ଉଦୟଗିରି ରେ ବନ୍ଧଛକ କାଳୀପୂଜା ମଣ୍ଡପ ତରଫରୁ ମା ଶ୍ୟାମାକାଳୀ ପୂଜା ମହାସମାରୋହ ରେ ଅନୁଷ୍ଠିତ ହେଉଛି। ମା କାଳୀ ଏବଂ ମା ବରଳିନୀ ଙ୍କୁ ବିରାଟ ପଟୁଆରରେ ଆବାହନ କଯାଇଥିବା ବେଳେ ସାତଦିନ ଧରି ଏହି ପୂଜା ଜାରି ରହିବ। ଚବିଶି ତାରିଖରେ ମା ଙ୍କ ଘଟ ବିସର୍ଜନ, ପଚିଶି ଏବଂ ଛବିଶି ତାରିଖରେ ସଂକୃତିକ କାର୍ଯ୍ୟକ୍ରମ ଥିବା ବେଳେ ସତେଇଶି ତାରିଖରେ ମା ଙ୍କ ମୂର୍ତ୍ତି ବିସର୍ଜନ କରାଯିବ ବୋଲି ପୂଜା କମିଟି ସମ୍ପାଦକ କାର୍ତିକ ପାଢ଼ୀ ଜଣାଇଛନ୍ତି।