କିସିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା , ପ୍ରଦର୍ଶିତ ହେଲା 226 ବିଜ୍ଞାନ ଭିତ୍ତିକ ପ୍ରକଳ୍ପ lସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ କିସିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ ହୋଇ ଯାଇଛି l ଏହି ବିଜ୍ଞାନ ମେଳା କୁ ପ୍ରାରମ୍ଭରେ ନାକଟିଦେଉଳ ବିଡ଼ିଓ ସୁଶ୍ରୀ ଶୁଭ୍ରା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପ ଗୁଡିକ ପ୍ରଦର୍ଶନ କରି ପ୍ରତିଯୋଗୀ ମାନଙ୍କୁ ପ୍ରକଳ୍ପ ସମ୍ପର୍କ ରେ ପଚାରି ବୁଝିଥିଲେ l