ବାମରା ସ୍ଥିତ ଦମକଳ କେନ୍ଦ୍ର ନିକଟ ପଡ଼ିଆ ଠାରେ ଚାଲିଥିବା ପଞ୍ଚ ଦିବସୀୟ ବାମରା ଫାୟର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଯାପିତ ହୋଇଯାଇଛି। ଉକ୍ତ ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ରୁ ମୋଟ ୧୬ ଗୋଟି ଦଳ ଭାଗ ନେଇଥିଲେ। ଏହାର ଫାଇନାଲ ମ୍ୟାଚ୍ ରେ ଲୋଇକେରା ଦଳ କୁ ୧୦ ୱିକେଟ ରେ ପରାସ୍ତ କରି କଲୁଙ୍ଗା ଦଳ ବିଜେତା ହୋଇଥିଲା। ଉଦଯାପନୀ ଉତ୍ସବରେ ପଞ୍ଚାୟତି ରାଜ୍ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ମାନଙ୍କୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ।