ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବ ଭୀମଭୋଇ ଲୋକ ମହୋତ୍ସବ , ଏନେଇ ବ୍ଳକ କାର୍ଯ୍ୟାଳୟର ସଭାଗୃହରେ ପ୍ରସ୍ତୁତି ଆରମ୍ଭ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରରେ ହେବାକୁ ଯାଉଥିବା ଭୀମଭୋଇ ଲୋକ ମହୋତ୍ସବ ପାଇଁ ଗୁରୁବାର ଅପରାହ୍ନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହୋତ୍ସବ ପାଇଁ ବିଭିନ୍ନ ପ୍ରକାର ଆଲୋଚନା ହୋଇଥିଲା। ଏହି ଲୋକ ମହୋତ୍ସବରେ ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳର ବିଭିନ୍ନ ଐତିହ୍ୟ, ପରମ୍ପରା, କଳା, ନୃତ୍ୟ, ସାଂସ୍କୃତିକ ଗୁଡ଼ିକୁ ମହୋତ୍ସବରେ ସ୍ଥାନିତ କରାଯିବ। ମହୋତ୍ସବକୁ ଶୃଙ୍ଖଳ