ଆଜି ଅନୁଗୋଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ମଣ୍ଡି ଖୋଲିବା ପରେ କିପରି ଭାବେ ବ୍ୟବସ୍ଥିତ ଢଙ୍ଗରେ ଧାନ କ୍ରୟ ହେବ ସେନେଇ ବୈଠକରେ ଆଲୋଚନା ହୋଇଛି । ଟୋକନ ବ୍ୟବସ୍ଥା ଠାରୁ ମଣ୍ଡି ପରିଚାଳନା ଓ ଚାଷୀ କିପରି ସୁବିଧାରେ ଧାନ ବିକ୍ରୟ କରିବେ ସେନେଇ ଜିଲ୍ଲାପାଳ ବ୍ଲକ ସ୍ତରୀୟ ଅଧିକାରୀଙ୍କ ଠାରୁ ମତାମତ ନେଇଥିଲେ । ବୈଠକରେ ଆଠମଲ୍ଲିକ ବ୍ଲକ ସମେତ ସମସ୍ତ ବ୍ଲକର ଇପିଓ ଓ ଏଫପିସି ଅଧିକାରୀ ସାମିଲ ଥିଲେ ।