ତିରିଂ ଥାନା ଅନ୍ତର୍ଗତ ଜରିଟାଣ୍ଡି ଗ୍ରାମରେ ତିରିଂ ଥାନା ପୋଲିସ ଟିମ୍ ଦ୍ୱାରା ଦୁଇଟି ଭିନ୍ନ ସ୍ଥାନରେ ଜୁଆ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୫ ଜଣଙ୍କୁ ଗିରଫ କରିବା ସହ ୧୨,୦୦୦ ଟଙ୍କା ଓ ଖେଳ ସରଞ୍ଜାମ ଜବତ କରାଯାଇଛି। ଉକ୍ତ ଘଟଣାକୁ ନେଇ ତିରିଂ ଥାନାରେ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରାଯାଇଛି।