ସୋନପୁର: ବିଦ୍ୟାଳୟ ସ୍ତରୀୟ ଖୋ ଖୋ,କବାଡି ଚୟନ ଭିତ୍ତିକ ପ୍ରତିଯୋଗିତା ବଡଭଇଂରୋ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ
ତରଭା ବ୍ଳକର ବାଳକ ବାଳିକା ମାନଙ୍କର( ସତର ଏବଂ ଚଉଦ ବର୍ଷରୁ କମ୍) ବିଦ୍ୟାଳୟ ସ୍ତରୀୟ ଖୋ ଖୋ, କବାଡି ଚୟନ ଭିତ୍ତିକ ପ୍ରତିଯୋଗିତା ବଡଭଇଂରୋ ଉଚ୍ଚବିଦ୍ୟାଳୟ ଠାରେ ଆଜି ସନ୍ଧ୍ୟା ୫ଟା ଯାଏଁ ଅନୁଷ୍ଠିତ ହୋଇଯାଇଅଛି। ତରଭା ବ୍ଳକ୍ ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସତ୍ୟନାରାୟଣ ମହାପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଉକ୍ତ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସତ୍ୟଭାମା ଦଳବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ଦଳବେହେରା, ବ୍ଳକ୍ କ୍ରୀଡା ଶିକ୍ଷା ଅଧିକାରୀ