ରବିବାର ଦିନ ପ୍ରାୟ ୧୦ ଟାରେ ସ୍ଥାନୀୟ ଭଞ୍ଜପୁର ଦୁର୍ଗା ବିବାହ ମଣ୍ଡପରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରାୟ ୨ ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେହିପରି କୁମାର୍ସ କ୍ଲବ ପରିସରରେ ଆୟୋଜିତ ନୃତ୍ୟ ଅଡିସନରେ ସବ ଜୁନିୟର, ଜୁନିୟର ଓ ସିନିୟର ବର୍ଗରେ ପ୍ରାୟ ୧୬୦ ପ୍ରତିଯୋଗୀ ଭାଗ ନେଇଥିଲେ। ଆସନ୍ତା କାଲି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ କୁଇଜ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।