ଆଳି: ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଆଳିସ୍ଥିତ ବାସଭଵନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ
ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଆଳିସ୍ଥିତ ବାସଭଵନରେ ବୁଧବାର ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ସଇରା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସମେତ ଦୁଇ ଶହରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ନୂତନ କର୍ମଙ୍କୁ ମନ୍ତ୍ରୀ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏଥିରେ ବିଜେଡି ଆଳି ବ୍ଲକ ସଭାପତି, ବ୍ଲକ ଅଧ୍ଯକ୍ଷ ଓ ୨ନଂ ଜୋନ ଜିଲ୍ଲା ପରିଷଦ ପ୍ରମୁଖ ପସ୍ଥିତ ଥିଲେ।