ଜୟପୁର: ଜୟପୁର ବ୍ଲକ ସ୍ତରିୟ ପରବ ପାଳନ ନେଇ ବ୍ଲକ ସଭାଗୃହ ରେ ପ୍ରସ୍ତୁତି ବୈଠକ
ଜୟପୁର ବ୍ଲକ ସ୍ତରିୟ ପରବ ପାଳନ ନେଇ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ 3ଟାରେ ଆରମ୍ଭ ହୋଇ ସଂନ୍ଧ୍ୟା 6ଟାରେ ଶେଷ ହୋଇଛି । ପ୍ରତ୍ୟେକ ବର୍ଷପରି ଚଳିତ ବର୍ଷ ଝାଙ୍କର ଦେଇ ମନ୍ଦିର ହେବ କି ଜଗତଜନନି ମନ୍ଦିରରେ ଶୁଭ ଉଦଘାନ ହେବ ସେ ନେଇ ପ୍ରସ୍ତାବ ଆସିଥିବା ବେଳେ ଆସନ୍ତା ବୈଠକରେ ନିଷ୍ପତ୍ତି ହେବ । ବ୍ଲକ ସ୍ତରିୟ ପରବ ନେଇ ୧୨ ଟି ଗଠନ କରାଯାଇଛି । ତାରିଖ ମଧ୍ୟ ଆସନ୍ତା ବୈଠକରେ ନିଷ୍ପତ୍ତ ହେବ । ବ୍ଲକ ସଭାଗୃହରେ ଅନୁଷ୍ଟିତ ପ୍ରସ୍ତୁତି ବୈଠକରେ ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ଉପାଧ୍ୟକ୍ଷ ଗଣେଷ ପାଢୀ, ବିଡିଓ ଶକ୍ତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l