ବାରିପଦା ସହରରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ଦିନ ପ୍ରାୟ ୧୧ ଟାରେ ଏକ ପାଣି କମ୍ପାନୀରେ ଚଢ଼ାଉ କରିଛନ୍ତି। ଷ୍ଟେସନ ବଜାରର ହେମିଲଟନ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପାଣି କମ୍ପାନୀରେ ଚଢ଼ାଉ କରି ନୋଟିସ କରିଥିବା ସୂଚନା ମିଳିଛି। ବିନା ବିଧିବଦ୍ଧ ଲାଇସେନ୍ସ ଓ ଲ୍ୟାବରେ ଏହାକୁ ଚଳାଉଥିଲେ। ଖବର ପାଇ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି। ସମସ୍ତ ବିଧିବଦ୍ଧ କାଗଜପତ୍ର କରିବା ପାଇଁ ନୋଟିସ ଜାରି କରିଛନ୍ତି।