ଆଳି: ଜାଗାବାଡି ବିବାଦରୁ ରାଜକନିକା ଥାନା ଘେରିଲେ ବଢିଅ ଗାଁର ମହିଳା ଓ ପୁରୁଷ
ଜାଗାବାଡ଼ି ବିବାଦରୁ ରାଜକନିକା ବଢିଅ ଗାଁର ଏକ ପରିବାର ଓ ତାଙ୍କ ସମର୍ଥକ ଆଜି ଅପରାହ୍ନରେ ଥାନା ସମ୍ମୁଖରେ ବିକ୍ଷୋଭ କରିବା ସହ ଥାନା ଭିତରେ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଛି। ବଢିଅ ଗାଁର କରୁଣାକର ମଲ୍ଲିକ ଓ ତାଙ୍କ ପଡୋଶୀଙ୍କ ସହିତ ଦୀର୍ଘଦିନ ଧରି ଜାଗାବାଡ଼ି ବିବାଦ ଲାଗି ରହିଥିବା ବେଳେ ଆଜି ଗଣ୍ଡଗୋଳ ଓ ମାଡ଼ପିଟ ହୋଇଛି। ପୂର୍ବରୁ ଏ ନେଇ ଥାନାରେ ଅଭଯୋଗ କରିଥିବା ସତ୍ତେ ପୋଲିସ ନବୁଝିବାରୁ ଆଜି ଥାନାରେ ବିକ୍ଷୋଭ କରିଥିବା ଜଣାପଡିଛି।