ଧର୍ମଗଡ: କାଉଡୋଳା ନିକଟରେ ବିଦ୍ୟୁତ୍ ଖୁଣ୍ଟ କୁ ପିଟିଲା କାର,ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର୍
କୋକସରା ବ୍ଲକ ଜାତୀୟ ରାଜପଥ 26 କାଉଡୋଳା ଡୁମେରବନ୍ଦ ବୁଲାଣି ଠାରେ ବୁଧବାର ବିଳମ୍ବିତ ରାତିରେ ଭବାନୀପାଟଣା ରୁ କୋରାପୁଟ ଯାଉଥିବା ବେଳେ ଆଇ - ଟୁଏଣ୍ଟି କାର ଟି ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟୁତ୍ ଖୁଣ୍ଟ ରେ ପିଟି ହୋଇ ଯିବାରୁ ଖୁଣ୍ଟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ି ଥିବା ବେଳେ ଡ୍ରାଇଭର୍ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି।ଗୁରୁବାର ସକାଳ ୧୦ ଟା ରେ କୋକସରା ପୋଲିସ ର ସହାୟତା ରେ ଗାଡି ଟି ଉଦ୍ଧାର କରାଯାଇଛି |