ଖୁଜେନ ପାଲିରେ ୯ମ ବିଜ୍ଞାନ ମେଳା ଖୁଜେନ ପାଲି ସ୍ଥିତ ବିଶ୍ୱାସତ୍ମା ବିଦ୍ୟାମନ୍ଦିର ପରିସରରେ ଆଜି ନବମ ତମ ବିଜ୍ଞାନ ମେଳା ଉତ୍ସାହ-ଉମଙ୍ଗରେ ଅନୁଷ୍ଠିତ ହୋଇ ଥିଲା । ମେଳାରେ ଛାତ୍ରଛାତ୍ରୀମାନେ ବିଜ୍ଞାନ, ପ୍ରଯୁକ୍ତି ଓ ସମାଜିକ ସଚେତନତାକୁ କେନ୍ଦ୍ର କରି ଅନେକ ଆକର୍ଷଣୀୟ ମଡେଲ୍ ଓ ପ୍ରଦର୍ଶନୀ ପ୍ରସ୍ତୁତ କରିଥିଲେ । ବିଶେଷକରି ଯୁଦ୍ଧ ପରିସ୍ଥିତି, ଶାନ୍ତି ସନ୍ଦେଶ, ପରିବେଶ ସୁରକ୍ଷା, ଓ “ବିଜ୍ଞାନ ଦୈନିକ ଜୀବନରେ” ଭଳି ବିଷୟରେ ଛାତ୍ରମାନଙ୍କ ଉପସ୍ଥାପନା ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ହୋଇଥିଲା । ବାଲକମାନେ ନିଜ ଉଦ୍ଭାବନଶୀଳତା ଓ ବିଜ୍ଞାନୀୟ ଭାବନାକୁ ପ୍ରୟୋଗମୂଳକ ଭାବେ ଦେଖା