ଡାବୁଗାଁ: ସୁନାଡଙ୍ଗରିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜି ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଂଚାୟତ ସୁନାଡଙ୍ଗରି ଗ୍ରାମରେ ଏକ ପେଡ ମା କେ ନାମ ଅଵସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ତିନି ହଜାରରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଥିଲା | କାର୍ଯ୍ୟକ୍ରମରେ ପୋଲିସ ଓ ବନ ବିଭାଗରେ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ | ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ଏମପିଙ୍କ ପ୍ରତିନିଧି ସୋମନାଥ ପୁଜାରି, ଏସ୍ଡ଼ିପିଓ ସତ୍ୟଜିତ କାଣ୍ଡେଲକର, ଆଇଆଇସି ଦୀପକ କୁମାର ଜେନା ସହ ବନ ବିଭାଗରେ ବହୁ ଅଧିକାରି ଉପସ୍ଥିତ ଥିଲେ |