ଟିଟିଲାଗଡ଼ - ଟିଟିଲାଗଡ଼ ସହରର ବାଳକ ଉଚ୍ଚ ବିଦ୍ୟାଳୟର ୧୯୮୯ ମାଟ୍ରିକ ବ୍ୟାଚର ଚତୁର୍ଥ ଫେମିଲି ଫିଏଷ୍ଟ ଉତ୍ସବ ଫୋର ପଏଣ୍ଟ ଜିରୋ ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ଗୋଏଲଙ୍କ ଅଧ୍ୟକ୍ଷ ତାରେ ରବିବାର ଦେଶିଲ ସ୍ଥିତ ଜ୍ୟୋତି ଫାର୍ମ ହାଉସ ଠାରେ ବହୁତ ଧୁମ୍ ଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଏହି ବ୍ୟାଚରେ ପଢ଼ୁ ଥିବା ସମସ୍ତ ଛାତ୍ର ଯିଏ ଯେଉଁଠି ଥାଆନ୍ତୁ ସେମାନେ ଏହି ଦିନ ଆସି ଯୋଗ ଦେଇଥାନ୍ତି। ଯେପରିକି ଜୟପୁର, ଭୁବନେଶ୍ୱର ତଥା ଆଖପାଖ ଅଞ୍ଚଳରେ ଯିଏ ଯେଉଁ କ୍ଷେତ୍ରରେ ଚାକିରି ହେଉ କି ବ୍ୟବସାୟ ହେଉ ଏହି ମିଳନ ପାଇଁ ନିଜର ବ୍ୟସ୍ତ ବହୁଳ ସମୟ ଭିତରୁ ଏହି ଦିନ ପାଇଁ ସମସ୍ତେ ଆସି