ଅନୁଗୋଳ: ଅନୁଗୋଳ ସହରରେ ଥିବା ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳିତ
Anugul, Angul | Nov 14, 2025 ଅନୁଗୋଳ ସହରରେ ଥିବା ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟ ଓ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ମହା ଆଡ଼ମ୍ବରରେ ଶିଶୁ ଦିବସ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଅବସରରେ ଶିଶୁ ବାଟିକା ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକକ ଅଭିନୟ, ସଙ୍ଗୀତ, ମ୍ୟୁଜିକ୍ ଚେୟାର, ରଙ୍ଗୋଲି, ପୁଚି, ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇ ଶିଶୁଙ୍କୁ ଉତ୍ସାହିତ କରାଯାଇଥିଲା। ଏନେଇ ଶୁକ୍ରବାର ଦିନ ଗୋଟାଏ ବେଳେ ସୂଚନା ମିଳିଛି।