ମୟୂରଭଞ୍ଜ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉଁଶବିଲା ଗ୍ରାମରେ ଏକ ଜୁଆ ଆଡ୍ଡାରେ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି ବାରିପଦା ସଦର ପୋଲିସ। ତେବେ ତାଙ୍କ ନିକଟରୁ ୨୨,୧୦୦ ଟଙ୍କା ଜବତ କରାଯାଇଥିବା ବେଳେ ୪ ଟି ମୋବାଇଲ ଫୋନ, ଗୋଟିଏ ବାଇକ ଏବଂ ଜୁଆ ରେ ବ୍ୟବହୃତ ସାମଗ୍ରୀ କୁ ଜବତ କରିଛି। ତେବେ ଏନେଇ ବାରିପଦା ସଦର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ।