ଅତାବିରା: କାଠଡେରା ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶନୀ
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କାଠଡେରା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ତା.୨୮. ୧୧. ୨୦୨୫ ରିଖ ବାର୍ଷିକ ବିଜ୍ଞାନ ଏବଂ ଚିତ୍ର ଓ ହସ୍ତକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଶିକ୍ଷାକେନ୍ଦ୍ରର ବିଜ୍ଞାନ ବିଭାଗର ମୁଖ୍ୟ ସାରଥୀ ବିଶ୍ୱାଳ ଓ ଲିଲି ବେହେରା ଏବଂ କଳା ବିଭାଗର ମୁଖ୍ୟ ସୁକନ୍ୟା କୁମ୍ଭାରଙ୍କ ତତ୍ୱାବଧାନରେ ବିଜ୍ଞାନରେ ୩୪ଟି ଏବଂ ଚିତ୍ର ଓ ହସ୍ତକଳାରେ ୧୪୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।