ପୋଖରୀରେ ଗାଧୋଇବା ବେଳେ ଗଭୀର ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଆଜି ଅପରାହ୍ନ ତିନିଟା ବେଳେ ଘଟିଛି ଛେଣ୍ଡିପଦା କଣିହାଁ ବଡ଼ତ୍ରିବିଡ଼ା ଗ୍ରାମରେ। ମୃତ ଯୁବକ ହେଲେ ଗ୍ରାମର ମାଧବ ନାଏକ । ଏନେଇ ପରିବାର ଲୋକେ କଣିହାଁ ଥାନାରେ ଏତଲା ଦେବା ପରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆସନ୍ତାକାଲି ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ମୃତ ଦେହ ବ୍ୟବଚ୍ଛେଦ ହେବ ।