ରବିବାର ଦିନ ପ୍ରାୟ ୩ ଟାରେ ବେଲୁନ ଗ୍ୟାସ ଟାଙ୍କି ଫାଟି ଜଣେ ଗୁରୁତର। ଏହିଭଳି ଏକ ଅଘଟଣ ଘଟିଛି ଶିମିଳିପାଳ ପାଦଦେଶରେ ଅବସ୍ଥିତ ସୀତାକୁଣ୍ଡ ପର୍ଯ୍ୟଟନ ସ୍ଥଳଠାରେ। ଆହତ ଯୁବ ଜଣକ ହେଉଛନ୍ତି ବେଲୁନ ବିକ୍ରେତା ସେରୁ ସିଂ। ତାଙ୍କ ଘର ବାହାର ରାଜ୍ୟରେ ହୋଇଥିଲା ବେଳେ ସେ ବାରିପଦା ଶୂନଗଡିଆ ଅଞ୍ଚଳରେ ଭଡା ଘରେ ରହି ବିଭିନ୍ନ ସ୍ଥାନ ବୁଲି ବୁଲି ଗ୍ୟାସ ବେଲୁନ ବିକ୍ରି କରୁଥିଲେ।