କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଷଷ୍ଠ ଜାତୀୟ ଜଳ ପୁରସ୍କାର ନେଇ ଘୋଷଣା । ଏହି ପୁରସ୍କାର ଜଳ ସଂରକ୍ଷଣ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନମାନଙ୍କୁ ପ୍ରଦାନ କରାଯାଇଥାଏ । ଚଳିତବର୍ଷ ପାଇଁ ଓଡ଼ିଶା 2ଟି ଜାତୀୟ ଜଳ ପୁରସ୍କାର ଗ୍ରହଣ କରିବାକୁ ଯାଉଛି । ବ୍ରହ୍ମପୁର ସର୍କଲର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF) ଏନ. ବିଶ୍ଵନାଥ ପ୍ରଥମ ଯୁଗ୍ମ ବିଜେତା ଭାବେ ମନୋନୀତ ।ମଂଗଳବାର ଅପରାହ୍ନରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ବିଟ କରି ବିଜେତାମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।