ଲାଞ୍ଜିଗଡ: ସିଙ୍ଗାରୀ ଘାଟି ରାସ୍ତାରେ ବୁଲେଟ ଦୁର୍ଘଟଣା, ଚାଳକ ଗୁରୁତର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର
ଶନିବାର ସଂଧ୍ୟାରେ କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀ ଘାଟି ରାସ୍ତାରେ ଘଟିଛି ଏକ ଦୁର୍ଘଟଣା। ଏକ ମାଙ୍କଡ ପଲ ରାସ୍ତା ମଝିକୁ ଡେଇଁ ପଡ଼ିବାରୁ ବୁଲେଟ ଚାଳକ ନିୟନ୍ତ୍ରଣ ହରାଇ ପଡିଯାଇ ଗୁରୁତର ହେଇଛନ୍ତି। ତାଙ୍କୁ ଉଦ୍ଧାର କରି ପ୍ରଥମେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। କିନ୍ତୁ ଅଧିକ ଚିକିତ୍ସା ଆବଶ୍ୟକ ଯୋଗୁଁ ଏକ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବୁଲେଟ ଚାଳକ ଜଣକ ଥୁଆମୁଳ ରାମପୁର ପୁଲିସ ଥାନା ଅଧିନସ୍ଥ ଜାମଗୁଡା ଗ୍ରାମର ସନାତନ ନାଏକ ବୋଲି ସୂଚନା ମିଳିଛି।