ବାଲେଶ୍ବର ମ୍ୟୁନିସିପାଲଟି: ମୋତିଗଞ୍ଜ ଘୋଷ ବଜାର ଠାରେ ବିଶାଳ ରକ୍ତଦାନ ଶିବିର ରେ ଯୋଗ ଦେଲେ ସଦର ବିଧାୟକ
ମୋତିଗଞ୍ଜ ଘୋଷ ବଜାର ଠାରେ ଆଜି ପୂର୍ବାହ୍ନ ୧୦ ଟା ସମୟରେ ୧୨ ତମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ବିପଣୀ ଉନ୍ନୟନ କମିଟି ଆନୁକୁଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କମିଟିର ସଭାପତି,ସମ୍ପାଦକ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।