ଆଜି ଧର୍ମେନ୍ଦ୍ର ପ୍ରଧାନ ଆଠମଲ୍ଲିକ ବିଧାନ ସଭା ଗସ୍ତରେ ଆସି ମାଣିକଯୋଡ଼ି ଠାରେ ଜିଲ୍ଲା ଖଣିଜ ପାଣ୍ଠି ଅନୁମୋଦିତ 26 କୋଟି ଟଙ୍କାର 6 ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପରେ ଅପରାହ୍ନ 2 ଟାରେ କେନ୍ଦ୍ରମନ୍ତ୍ରୀ ସାତକୋଶିଆ ଅଭୟାରଣ୍ୟ ଓ ଟିକରପଡ଼ା ପରିଦର୍ଶନରେ ଯାଇଥିଲେ । ଧର୍ମେନ୍ଦ୍ରଙ୍କ ସହିତ୍ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଅନୁଗୋଳ ବିଧାୟକଙ୍କ ସମେତ ଦଳର ବୋହୁ ନେତା ସାମିଲ ହୋଇଥିଲେ। ଏହି ଅବସରରେ ସମସ୍ତେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ।