ରାଉରକେଲା ସହରର ରଘୁନାଥପାଲ୍ଲି ଥାନାରେ କାର୍ଯ୍ୟ କରୁଥିବା କନଷ୍ଟେବଳ ରାଜେଶ ଵାଗଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।ଶୁକ୍ରବାର ପୂର୍ବାହ୍ନରେ ଏହି ସୂଚନା ମିଳିଛି। ସୂଚନା ମୁତାବକ କନଷ୍ଟେବଳ ରାଜେଶ ଵାଗ ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି।ଅଭିଯୋଗର ତଦନ୍ତ କରିବା ପରେ ରାଉରକେଲା ଏସପି କନେଷ୍ଟବଳଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି।