କୋଟପାଡ: ବୈପାରୀଗୁଡା ଆଦର୍ଶ ବିଦ୍ୟାଳୟରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
ବୈପାରୀଗୁଡା ଆଦର୍ଶ ବିଦ୍ୟାଳୟରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l ଆଜି ଅପରାହ୍ନ ୩ ଟା ସମୟରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୪୫ଟି ଅଭିନବ ପ୍ରକଳ୍ପ ୬୦ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ସେଥିମଧ୍ୟରୁ ସାତଟି ପ୍ରୋଜେକ୍ଟ ଚୟନ ହୋଇଛି l ଆଗାମୀ ଦିନରେ ହେବାକୁ ଥିବା ବ୍ଲକ ସ୍ତରୀୟ "ବାଲ ବୈଜ୍ଞାନିକ ପ୍ରଦର୍ଶନୀ" ରେ ଉକ୍ତ ସାତଟି ପ୍ରୋଜେକ୍ଟ ଆଦର୍ଶ ବିଦ୍ୟାଳୟ ତରଫରୁ ଭାଗ ନେବେ ବୋଲି ଜଣା ପଡିଛି।