ସୋମବାର ବିଳମ୍ବିତ ରାତ୍ରି ୧୨ଟା୪୦ସମୟରେ ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ଓ ତେଲେନବ୍ରିଜ ମଝିରେ ଠିଆ ହୋଇଥିବା ଏକ ଟ୍ରକକୁ ଝାରସୁଗୁଡା ଅଭିମୁଖେ ଯାଉଥିବା ଏକ କାର ପିଟି ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ନେଇ ପୋଲିସ ତରଫରୁ ସୂଚନା ଦିଆଯାଇଛି। ଝାରସୁଗୁଡା ଅଞ୍ଚଳର ତିନିଜଣ ଝାରସୁଗୁଡା ପଟକୁ ଫେରୁଥିବା ବେଳେ ରାସ୍ତା କଡ଼ରେ ଛିଡ଼ାହୋଇଥିବା ଏକ ଟ୍ରକ ପଛପଟେ ପିଟି ହୋଇ କାରଟିର ସାମନା ଭାଗ ଚୁରମାର ହୋଇଯାଇଛି। ଗାଡ଼ିରେ ଥିବା ତିନିଜଣ ଵ୍ୟକ୍ତି ଆହତ ହୋଇଥିବା ନେଇ ସୂଚନା ମିଳିଛି।