କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କୁମଯୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରେଙ୍ଗାଲ ପାଲି କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଅନୁଷ୍ଠିତ ହୋଇଯାଇଅଛି। ବୁଧବାର ପୂର୍ବାହ୍ନରେ ଏହି ମହୋତ୍ସବ ରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ ବକ୍ତୃତା,ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶୃତଲିଖନ,ସସ୍କୃତିକ କାର୍ଯ୍ୟକ୍ରମ ପି ଏମ୍ ପୋଷଣ ଶିଳ୍ପକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି।