ରେଢ଼ାଖୋଲ ଉପଖଣ୍ଡର ଦୁଇ ଜଣ ଶ୍ରେଷ୍ଠ ଶିକ୍ଷକ ସମ୍ମାନିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ମିନିଷ୍ଟାଡିୟମ ଠାରେ ଉପଖଣ୍ଡ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ଅବସରରେ ରେଢ଼ାଖୋଲ ଉପ -ଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ବିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ lଏହି ଅବସରରେ ରେଢାଖୋଲ ଉପଖଣ୍ଡ ରୁ ଆସିଥିବା ୨ଜଣ ଶିକ୍ଷକଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବେ ଉପଜିଲ୍ଲାପାଳ ରଶ୍ମି ରଂଜନ ମହନ୍ତ ସେମାନଙ୍କୁ ସମ୍ମାନିତ କରିବା ସହ ମାନପତ୍ର ପ୍ରଦାନ କରିଛନ୍ତି I