ଝାରସୁଗୁଡା: ଲଇକେରା ସ୍ଥିତ ହନୁମାନ ଶୋଭାଯାତ୍ରାରେ ସାମିଲ ହେଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ
ଆଜି ହେଉଛି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ।ଏହି ତିଥିକୁ ହନୁମାନ ଙ୍କ ଜନ୍ମଉତ୍ସବ ଭାବରେ ମଧ୍ୟ ପାଳନ କରାଯାଏ, ଏହି ଅବସରରେ ରେ ଆଜି ଲଇକେରା ଠାରେ ହନୁମାନ ମନ୍ଦିର ରେ ଆୟୋଜିତ ଶୋଭା ଯାତ୍ରା ରେ ସକାଳ ୧୧ ଟା ରେ ଯୋଗ ଦେଇ ଥିଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଶ୍ରୀ ବିଧାୟକ ମନ୍ଦିର ପହଞ୍ଚିବା ପରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା , ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କହି ଥିଲେ ସଙ୍କଟ ମୋଚନ ହନୁମାନ ମହାପ୍ରଭୁ ସମସ୍ତ ଙ୍କ ର କଲ୍ୟାଣ କରନ୍ତୁ ଏହା କାମନା କରୁଛି