ଭଦ୍ରକ ଗ୍ରାମାଞ୍ଚଳ: ଶ୍ରାବଣ ମାସର ପ୍ରଥମ ସୋମବାରରେ ଆରଡି ପୀଠରେ ଆଖଣ୍ଡଳମଣିଙ୍କୁ ଜଳ ଲାଗି କଲେ ହଜାର ହଜାର କାଉଡିଆ
ଆରଡି ପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି ପୀଠରେ ହଜାର ହଜାର କାଉଡିଆଙ୍କ ଆଜି ପବିତ୍ର ଶ୍ରାବଣ ମାସ ପ୍ରଥମ ସୋମବାରରେ ଭଦ୍ରକ ବାବା ଆଖଣ୍ଡଳମଣି ଆରଡି ପୀଠରେ ଜଳଲାଗି ହଜାର ହଜାର ସଂଖ୍ୟାରେ କାଉଡିଆ ଭକ୍ତଙ୍କ ଭିଡ ଲାଗିଛି। ଗତକାଲି ରବିବାର ମଧ୍ଯରାତ୍ରରୁ ଏପ୍ରଯ୍ଯନ୍ତ କାଉଡିଆମାନେ ମଣିବାବାଙ୍କ ଉପରେ ଜଳଲାଗି କରୁଛନ୍ତି। କାଉଡିଆଭକ୍ତଙ୍କ ବୋଲ ବମ, ହରହର ବମ ଧ୍ବନିରେ ପ୍ରକମ୍ଫିତ ହେଉଛି ସମଗ୍ର ପୀଠ। ତାହାସହ କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ଯବସ୍ଥା ସହ ସ୍ଥଳପଥ ଓ ଜଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା କରାଯାଇଛି।