ସୋର: ବାହାନଗା ନିକଟରେ ଅଜଣା ଗାଡି ଧକାରେ ଦୁଇ ଯାତ୍ରା କଳାକାରଙ୍କ ସମେତ ପାଞ୍ଚ ବର୍ଷର ଶିଶୁପୁତ୍ର ଗୁରୁତ୍ତର
Soro, Balasore | Oct 28, 2025 ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ନିକଟରେ ଅଜଣା ଗାଡି ଧକାରେ ଦୁଇ ଯାତ୍ରା କଳାକାର ସମେତ ଜଣେ ଶିଶୁ ଗୁରୁତ୍ତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଗୋପାଳପୁର ଇଞ୍ଚୁଡି ଠାରେ ଯାତ୍ରା ସାତରଂଙ୍ଗ ଯାତ୍ରା ପରିବେଷଣ କରୁଛି।ଆଜି ଅପରାହ୍ଣରେ ଏଥିରେ ନୃତ୍ୟ କଳାକାର ଭାବେ କାର୍ଯ୍ୟରତ ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳର ପ୍ରଭାତ ମଳିକ(୪୦) ତାଙ୍କ ପାଞ୍ଚବର୍ଷର ଓ ଲାଇଟ ଅପରେଟର ଭଣ୍ଡାରି ପୋଖରୀ ଅଞ୍ଚଳର ବଳରାମ ଜେନା (୩୬) ଏକ ବାଇକ ଯୋଗେ ଘରୁ ବାଇକ ଯୋଗେ ଗୋପାଳପୁର ଇଞ୍ଚୁଡି ଅଭିମୁଖେ ଆସୁଥିଲେ। ବାହାନଗା ନିକଟରେ ଏକ ଅଜଣା ଗାଡି ତାଙ୍କ ବାଇକକୁ ଧକା ଦେଇଥିଲା।