ଜୟପୁର ପାରାବେଡା ନିକଟସ୍ଥ ଏକ ସପିଙ୍ଗ ମଲ ନିକଟରୁ ଏକ ମୋଟର ସାଇକଲ ଚୋରି ହୋଇଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି। ଏନେଇ ରାତ୍ର 8ଟା 30 ମିନିଟ ସମୟରେ ଟାଉନ ପୋଲିସ ତରଫରୁ ଗଣ ମଧ୍ୟ୍ୟମ ସୂଚନା ଦିଆଯାଇଛି l ସୁମିତ ବେହେରା ନାମକ ଜଣେ ଯୁବକ ପାରାବେଡା ସପିଙ୍ଗ ମଲ ବାହାରେ ମୋଟର ସାଇକେଲ ରଖି ସପିଙ୍ଗ କରି ଫେରିବା ସମୟରେ ସେ ଗାଡି ଚୋରିହୋଇଥିବା ଦେଖିବାକୁ ପାଇଲେ। ନିକଟରେ ସମସ୍ତଙ୍କୁ ପଚାରା ଉଚୁରା କରିବା ପରେ ଗାଡି ନ ପାଇବାରୁ ସେ ଟାଉନଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ଟାଉନପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।