ଖଲ୍ଲିକୋଟ୍: ମଥୁରା ରେ ସାର ପାଇଁ ଲମ୍ବା ଧାଡ଼ି ସହ ଉତ୍ତେଜନା #jansamasya
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ରେ ସାର ପାଇଁ ଲମ୍ବା ଧାଡ଼ି ସହ ଉତ୍ତେଜନା ଦେଖା ଦେଇଛି । ୨୦୦ ବସ୍ତା ସାର ପାଇଁ ଆଜି ଭୋର ୪ ଟା ରୁ ଲମ୍ବା ଧାଡ଼ିରେ ଚାଷୀ ମାନେ ଭୋକ ଉପାସରେ ଛିଡା ହୋଇଛନ୍ତି । ଏହି ସମବାୟ ସମିତି କୁ ଦୁଇଟି ପଞ୍ଚାୟତ ଓ ଖଲ୍ଲିକୋଟ ଏନଏସି ର ଚାଷୀ ନିର୍ଭର କରିଥାନ୍ତି । ଚଳିତ ବର୍ଷ ରାଜ୍ୟରେ ସାର ସଙ୍କଟ ଦେଖାଦେଇଥିବା ବେଳେ ଦୀର୍ଘ ଦିନ ହେଲା ଏହି ସମବାୟ ସମିତି କୁ ସାର ଆସିନଥିବା ବେଳେ ଆଜି ଏକ ଗାଡ଼ି ସାର ଆସିଥିବାରୁ ଭୋର ୪ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ମହିଳା ଓ ପୁରୁଷଚାଷୀ ମାନେ ଲମ୍ବା ଲାଇନ ଲାଗି ରହିଥିବା ଦେଖିବାକୁ ମିଳିଛି ।