ବାମରା ସ୍ଥିତ ବଳଭଦ୍ର ସ୍କୁଲ ରୁ ଏକ ନାଗ ସାପ ଉଦ୍ଧାର ହୋଇ ଥିବା ଜଣାପଡିଛି। ସୂଚନା ଅନୁସାରେ ବାମରା ସ୍ଥିତ ବଳଭଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୋଠରୀ ରେ କ୍ଲାସ ଚାଲିଥିବା ବେଳେ ଗୁରୁବାର ଦିନ ପ୍ରାୟ ୩ ଟା ସମୟରେ ଏକ ନାଗ ସାପ ପଶିଯାଇଥିଲା। ଏନେଇ ସର୍ପ ମିତ୍ର ଭୀଷ୍ମ ସେଠଙ୍କୁ ସୂଚନା ଦିଆଯାଇଥିବା ବେଳେ ଭୀଷ୍ମ ସ୍କୁଲ କ୍ଲାସ ରୁମ୍ ରୁ ଉକ୍ତ ନାଗ ସାପ କୁ ସୁରକ୍ଷିତ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲ ରେ ଛାଡିଥିବା ସୂଚନା ରହିଛି।