ପାଲଲହଡା: ଶିପୁର ଗ୍ରାମରେ ଅଘଟଣ ବାଣ ଫୁଟି ପୁଅ ମୃତ ବାପା ଗୁରୁତର
ସମଲ ଥାନା ଅନ୍ତର୍ଗତ ଶିପୁର ଗ୍ରାମରେ ଏକ ଅଘଟଣ ଦେଖିବାକୁ ମିଳିଛି । ବାଣ ଫୁଟି ପୁଅ ମୃତ, ବାପା ଗୁରୁତର ହୋଇଛନ୍ତି । ମୃତ ପୁଅ ସରୋଜ ପ୍ରଧାନ ଓ ଗୁରୁତର ବାପା ପ୍ରମୋଦ ପ୍ରଧାନ ବୋଲି ଜଣା ପଡ଼ିଛି । ଗୁରୁତର ପ୍ରମୋଦଙ୍କ ହାତ ଛିଣ୍ଡି ଯାଇଛି ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ମଙ୍ଗଳବାର ସକାଳ ୯ ଘଟିକା ସମୟରେ ସରୋଜ ଓ ତାଙ୍କ ଭାଇଙ୍କ ମଧ୍ୟରେ କଳହ ଲାଗୁଥିବାବେଳେ ସରୋଜ ଏକ ଦେଶୀ ବାଣକୁ ହାତରେ ଧରି ଡରାଉଥିଲେ । ହଠାତ ଏହି ସମୟରେ ସରୋଜଙ୍କ ହାତରେ ବାଣ ଫୁଟିଯାଇଥିଲା ।