ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମବାର୍ଷିକୀକୁ ସମ୍ମାନ ଜଣାଇ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ସାରା ଭାରତରେ ଶିଶୁ ଦିବସ ପାଳନ କରାଯାଏ। ସେ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ ଏବଂ ସେମାନେ ଦେଶର ଭବିଷ୍ୟତ ବୋଲି ବିଶ୍ୱାସ କରୁଥିଲେ। ତାଙ୍କର ଯତ୍ନବାନ ଏବଂ ସ୍ନେହପୂର୍ଣ୍ଣ ସ୍ୱଭାବ ଯୋଗୁଁ ପିଲାମାନେ ତାଙ୍କୁ ସ୍ନେହରେ "ଚାଚା ନେହେରୁ" ବୋଲି ଡାକୁଥିଲେ। ପଦ୍ମପୁର ସହରର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଜେନିଥ ଲିଓରେ ଶିଶୁ ଦିବସ ପାଳନ ହୋଇଯାଇଛି । ଆଜିର ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାର