ଶିଶୁ ଦିବସ ଅବସରରେ ରାଇରଙ୍ଗପୁର ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଛି। ଶୁକ୍ରବାର ସକାଳ ପ୍ରାୟ ୮ ଟାରେ ଛାତ୍ରଛାତ୍ରୀ ମାନେ ପ୍ରଥମେ ଚାଚା ନେହେରୁଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଚାଚା ନେହେରୁଙ୍କ ଜୀବନ ଦର୍ଶନ ବାବଦରେ ଆଲୋଚନା କରିଥିଲେ। ଏହାପରେ ଘୋଷ ସଞ୍ଚଳନ, ବାଲ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ ହୋଇଥିଲା। ଏକ ଶୋଭାଯାତ୍ରାରେ ସହର ପରିକ୍ରମା ସହ ଘୋଷ ସଞ୍ଚଳନ କରିଥିଲେ।