ବାମରା ନିକଟ ତାଲଡିହି ଜାମପଡ଼ା ଠାରେ ସାପ କାମୁଡ଼ାରେ ଜଣେ ଗର୍ଭବତୀ ମହିଳା ଆହତ ହୋଇଥିବା ବେଳେ ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ତାଲଡିହି ଗ୍ରାମର ଚାରକା କାଣ୍ଡୁଲନା ଙ୍କ ସ୍ତ୍ରୀ ସୁମାନୀ କାଣ୍ଡୁଲନା ସୋମବାର ଦିନ ପୋଖରୀ କୁ ଯାଉଥିବା ବେଳେ ତାଙ୍କ ଗୋଡ଼ରେ ଏକ ବିଷାକ୍ତ ଚିତି ସାପ କାମୁଡି ଦେଇଥିଲା। ଫଳରେ ସେ ଅସୁସ୍ଥ ଅନୁଭବ କରିବା ରୁ ସନ୍ଧ୍ୟା ୭ ଟାରେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।