ନାକଟିଦେଉଳ ରେ ଗଜସାଥୀ ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ଠାରେ ଶୁକ୍ରବାର ସକାଳେ ଗଜସାଥୀ ମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ହାତୀ ମାନଙ୍କୁ କିପରି ସୁରକ୍ଷା ଦିଆଯିବ । ଏବଂ ହାତୀ ପଲ ଜନବସତି ମୁହାଁ ହେଲେ କିପରି ତାଙ୍କର କୈାଣସି କ୍ଷୟ କ୍ଷତି ନକରି ଜଂଗଲ ମଧ୍ୟ କୁ ଘୋଉଡାଯାଇପାରିବ ସେନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଡା ଏଲାଭରସନ କେ , ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ ଯୋଗଦେଇଥିଲେ ।