ଛତ୍ରପୁର: ବ୍ରହ୍ମପୁର ଆଗା ସାହି ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ' କାର୍ଯ୍ୟକ୍ରମ ଉଦଘାଟିତ
ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଆଗା ସାହି ସ୍ଥିତ ଜନ ସ୍ବାସ୍ଥ୍ୟ ଆରୋଗ୍ଯ କେନ୍ଦ୍ରରେ 'ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ' ଉଦଘାଟିତ ହୋଇଯାଇଛି। ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ କର୍ପୋରେଟର ସନ୍ତୋଷ କୁମାର ସେଠୀ ମୁଖ୍ଯ ଅତିଥି ଏବଂ ମେଡିକାଲ ଇନଚାର୍ଜ ଡାକ୍ତର ନଳିନିକାନ୍ତ ପାଢୀ,ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଏମ ଭି ଅନୁରଧା, ଦନ୍ତ ଚିକିତ୍ସକ ଡାକ୍ତର ଅନ୍ବେଶା ଚୌଧୁରୀ,ଜନ ଆରୋଗ୍ଯ ସଦସ୍ଯ ତଥା ସମାଜସେବୀ ଅନିଲ କୁମାର ଚୌଧୁରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ।