କୋରାପୁଟ ସଦର ଥାନା ଅନ୍ତର୍ଗତ ସୁକ୍ରିଗୁଡାରେ ଏକ ଘର ଭିତରେ ଥିବା କୁକୁଡ଼ା ଗୃହ ଭିତରକୁ ବିଷାକ୍ତ ନାଗସାପ ପସିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଗ୍ରାମବାସୀ କୋରାପୁଟର ସ୍ବେଛାସେବୀ ସାପ ଧରାଳି ଆୟୁବ ଖାନଙ୍କୁ ଯୋଗାଯୋଗ କରିଥିଲେ। ଖବରପାଇ ସହଯୋଗୀ ପିଣ୍ଟୁ ମଲିକ୍ ସହ ପହଞ୍ଚି ବିଷାକ୍ତ ନାଗସାପ ଉଦ୍ଧାର କରିବା ସହ ରବିବାର ରାତି ୧୦ ଟା ସମୟରେ ସୁରକ୍ଷିତ ଭାବରେ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଛାଡିଥିବା ସୂଚନା ଦେଇଛନ୍ତି।