ଛତ୍ରପୁର: ବ୍ରହ୍ମପୁର ରିଜର୍ଭ ପୋଲିସ ପଡିଆ ଠାରେ ୬୬ ତମ ପୋଲିସ ସହୀଦ ଦିବସ ପାଳିତ, ପ୍ରତିକ୍ରିୟା ରଖିଲେ ଏସପି
ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ୬୬ ତମ ପୋଲିସ ସହୀଦ ଦିବସ ପାଳିତ ହୋଇଯାଇଛି। ମଂଗଳବାର ପୂର୍ବାହ୍ନରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ଯୋଗଦେଇ ସହୀଦଙ୍କ ସ୍ମୃତି ଚାରଣ କରିବା ସହିତ ସହୀଦ ସ୍ତୁପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହିତ ସମସ୍ତ ସହୀଦଙ୍କ ନାମ ପଠନ କରିଥିଲେ।ପୋଲିସ ସର୍ବଦା ଜନତାଙ୍କ ସୁରକ୍ଷା ପାଇଁ କାମ କରୁଛି, ଗଞ୍ଜାମ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବାଯାଏ ରଖିବାରେ ପୋଲିସ କାମ କରୁଛି ବୋଲି କହିଥିଲେ।