ବଲାସିଙ୍ଗା ସ୍ଥିତ ୫ମ ଆଇଆରବି ବାଟାଲିଅନ ଠାରେ ରବିବାର ଅପରାହ୍ନରେ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଛି। ବୌଦ୍ଧର ୫ମ ଆଇଆରବି ବାଟାଲିଅନ ଦ୍ଵିତୀୟ ଥର ପାଇଁ ରାଜ୍ୟର ଶ୍ରେଷ୍ଠ ବାଟାଲିଅନ ପୋଲିସ ଡିଜିପି ସମ୍ମାନ ପାଇଛି। ପୁରସ୍କାର ଗ୍ରହଣ କରିବା ପରେ କମାଣ୍ଡାଣ୍ଟ ଦୁର୍ବାସା ନାୟକ ଟ୍ରଫି ଧରି ଆଇଆରବି ବାଟାଲିଅନ ଠାରେ ପହଞ୍ଚିବା ପରେ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।