ବାଲେଶ୍ବର ମ୍ୟୁନିସିପାଲଟି: ବର୍ଦ୍ଧନପୁର ରେ କମ୍ୟୁନିଟି ସେଣ୍ଟର ଓ ବିଦ୍ୟାଳୟ ଗୃହ ଭିତ୍ତିପ୍ରସ୍ତର ସ୍ଥାପନ କଲେ ସରକାରୀ ଦଳ ଉପମୁଖ୍ୟ ସଚେତକ
ଆଜି ଦିନ ୧୨ ଟାରେ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବର୍ଦ୍ଧନପୁର ପଞ୍ଚାୟତରେ ମଣି ନାଗେଶ୍ଵର କମ୍ୟୁନିଟି ସେଣ୍ଟର ଓ ମଣି ନାଗେଶ୍ଵର ବିଦ୍ୟାଳୟର ଗୃହ ନିର୍ମାଣ ପାଇଁ ଭିତ୍ତପ୍ରସ୍ତର ସ୍ଥାପନ ହୋଇଯାଇଛି।ଏହି ଅବସରରେ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ଏହାକୁ ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ।"ବିକଶିତ ଗାଁ ବିକଶିତ ଓଡିଶା" ଅନ୍ତର୍ଗତରେ ମଣିନାଗେଶ୍ଵର କମ୍ୟୁନିଟି ସେଣ୍ଟର ଏବଂ ପ୍ରଧାନମନ୍ତ୍ରୀ ଆଦର୍ଶ ସ୍କୁଲ ଅନ୍ତର୍ଗତ ମଣିନାଗେଶ୍ଵର ବିଦ୍ୟାଳୟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ।