ଲୋଇସିଂହା: ଫାସଡ ଗ୍ରାମରେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ପୋଲିସ ର ତଦନ୍ତ ଆରମ୍ଭ
ବଲାଙ୍ଗୀର ଜିଲ୍ଲା ଲୋସିଂହା ଥାନା ଅନ୍ତର୍ଗତ ଫାସଡ ଗ୍ରାମରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ। ଖବର ପାଇ ଲୋସିଂହା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପରେ ଶବ ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଆଜି ରାତି ୭ଟା ସମୟରେ ପଠାଯାଇଛି। ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ, ପୋଲିସ ମାମଲାର ତଦନ୍ତ ଜାରି ରଖିଛି।