ଝାରସୁଗୁଡା: ବେଳପାହାଡ଼ ମୁଚବାହାଲ ଅଞ୍ଚଳର ଏକ ମହାଲିମ୍ବ ଗଛରୁ କ୍ଷୀର ଝରୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା, ଭିଡିଓ ଭାଇରାଲ
ଝାରସୁଗୁଡା ଜିଲ୍ଲା ବେଳପାହାଡ଼ ମୁଚବାହାଲ ଅଞ୍ଚଳର ଏକ ମହାଲିମ୍ବ ଗଛରୁ ଆଜି ସକାଲେ କ୍ଷୀର ଭଳିଆ ପଦାର୍ଥ ଝରୁଥିବାର ଦେଖାଯାଇଥିଲା। ଲୋକେ ଏହା ଦେଖି ମହାଲିମ୍ବ ଗଛରୁ କ୍ଷୀର ଝରୁଥିବା କହୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଏହି ମହାଲିମ୍ବ ଗଛକୁ କିଏ ଅଧା କାଟିଦେଇଥିବା ବେଳେ ଗଛ ଉପରୁ କ୍ଷୀର ଭଳିଆ ପଦାର୍ଥ ଝରୁଥିବାର ଦେଖିବାକୁ ମିଳିଛି। ଏହା ଦୈବୀ ଘଟଣା ନା ଏହା ପଛରେ କୌଣସି ବିଜ୍ଞାନ ରହିଛି ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ କ୍ଷୀର ଝରୁଥିବାର ଦୃଶ୍ୟ ବେଶ ରୋଚକ ଲାଗୁଛି।