ଜରଡା: ସୁରଙ୍ଗୀ ପଞ୍ଚାୟତରେ ବିକାଶ ରଥକୁ ଶୁଭାରମ୍ଭ କରିଛନ୍ତି ସରପଞ୍ଚ।
Jarada, Ganjam | Jun 17, 2025 ସୁରଙ୍ଗୀ ପଞ୍ଚାୟତରେ ବିକାଶ ରଥକୁ ଶୁଭାରମ୍ଭ କରିଛନ୍ତି ସରପଞ୍ଚ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ସୁରଙ୍ଗି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ସକାଳ ଆଠ ଘଣ୍ଟା ସମୟରେ ବିକାଶ ରଥର ଶୁଭାରମ୍ଭ କରିଛନ୍ତି ସ୍ଥାନୀୟ ସରପଞ୍ଚ ସରସ୍ୱତୀ ନାୟକ। ଏହି ଅବସରରେ ସୁରଙ୍ଗି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସଭା ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସରସ୍ୱତୀ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା କନକ ନାୟକ,ସୁରଙ୍ଗି ମେଡ଼ିକାଲ ସିହେଚଓ କେ ଶୋଭାରାଣି, ବିକାଶ ରଥର ନୋଡାଲ ଅଫିସର ଦିନବନ୍ଧୁ ପ୍ରଧାନ,ସୁରଙ