କବିସୂର୍ଯ୍ୟନଗର: ମନରେଗାରେ ଇ କେ ୱାୟୀ ସି ପାଇଁ ବେଗୁନିଆପଡା ବ୍ଲକ ରେ ତାଲିମ ଶିବିର ଅନୁଷ୍ଠିତ
ମନରେଗା ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ନୂତନ ନିୟମ ଆଣିବାକୁ ଯାଉଛନ୍ତି । ବେଗୁନିଆପଡା ବ୍ଲକ ସଭା ଗୃହରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଯେଉଁ ଯବ କାର୍ଡ ଧାରି ଶ୍ରମିକ କାର୍ଯ୍ୟ କରିବାକୁ ଯିବେ ସେମାନଙ୍କ ର ଦୁଇ ବେଳା ଆଇ ସ୍କାନିଙ୍ଗ କରିବା ସହ ଇ କେ ୱାୟୀ ସି କରାଯିବ । ଏହି କାର୍ଯ୍ୟ କ୍ରମ କିପରି କରାଯିବ ଏଥିରେ କିପରି ସ୍ୱଚ୍ଛତା ରହିବ ସେ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, ଏ ପି ଓ ରଞ୍ଜନ କୁମାର ନାହାକ, ଗାଁ ସାଥୀ ସଂଘ ସଭାପତି ରବୀନ୍ଦ୍ର ନାଥ ଗୌଡ଼, ସମ୍ପାଦକ ଚରଣ ନାୟକ ଉପସ୍ଥିତ ଥିଲେ